ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ତାଲିକାର ଟପ୍ ଟେନରେ ଭାରତର ତିନି ପ୍ରମୁଖ ସହର ରହିଛି । ଦିଲ୍ଲୀ ବିଶ୍ବର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ଶୀର୍ଷରେ ରହିଥିବା ବେଲେ ଏହାର ପ୍ରଦୂଷଣ ମାତ୍ରା AQI 483 ରହିଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ପାକିସ୍ତାନର ଲାହୋର । ଲାହୋରର ପ୍ରଦୂଷଣମାତ୍ରା 371 ରହିଛି । ସୁଇସ୍ ଗ୍ରୁପ ଆଇକ୍ୟୁ ଏୟାର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ତାଲିକାର ପ୍ରଥମ ଦଶଟି ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ, କୋଲକତା, ମୁମ୍ବାଇ ରହିଛି । ତାଲିକାର ତୃତୀୟ ସ୍ଥାନରେ କୋଲକତା, ଚତୁର୍ଥ ସ୍ଥାନରେ ବାଂଲାଦେଶର ଢାକା ସହର ରହିଛି । ପଞ୍ଚମରେ ପାକିସ୍ତାନର କରାଚି, ଷଷ୍ଠ ସ୍ଥାନରେ ମୁମ୍ବାଇ, ସପ୍ତମ ସ୍ଥାନରେ ଚୀନର ସେନ୍ୟାଙ୍ଗ ଓ ଅଷ୍ଟମ ସ୍ଥାନରେ ଚୀନର ହ୍ୟାଙ୍ଗଛୁ ସହର ରହିଛି । ନବମ ସ୍ଥାନରେ କୁଏତ ସହର ରହିଥିବା ବେଳେ ଦଶମ ସ୍ଥାନରେ ଚୀନର ଉହାନ ରହିଛି ।
ଭାରତ ବିଶ୍ବକପ୍ କ୍ରିକେଟ ଆୟୋଜକ ହୋଇଥିବାରୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ଓ ମୁମ୍ବାଇ ସହରରେ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛି ।

LEAVE A REPLY

Please enter your comment!
Please enter your name here