୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡିଶାର କରୋନା ରୋଗୀ । ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଥିବା ସୁଚନା ଅନୁଯାୟୀ, କରୋନା ପଜିଟିଭ ଥିବା ବ୍ୟକ୍ତିଜଣକ ମୋଟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଟ୍ରେନରେ ଆସିବାବେଳେ ସେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ସେ ୫୩ ଜଣଙ୍କ ସଂଶ୍ପର୍ଶରେ ଆସିଛନ୍ତି । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ । ଉକ୍ତ ଘରୋଇ କ୍ଲିନକକୁ ଏବେ ବନ୍ଦ କରିଦିଆଯାଇଛି ବୋଲି ବାଗଚୀ ସୂଚନା ଦେଇଛନ୍ତି । ସଂପୃକ୍ତ ଡାକ୍ତର ଓ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here