କରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର । ବିଦେଶ ଫେରନ୍ତାଙ୍କ ପାଇଁ ୪୮ ଘଣ୍ଟା ସମୟ ଦେଲେ ସରକାର । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ପୋର୍ଟାଲ ବ୍ୟବସ୍ଥା କରାଯିବ । ବିଦେଶରୁ ଆସୁଥିବା ବା ଆସିବାକୁ ଥିବା ବ୍ୟକ୍ତି ୨୪ ଘଣ୍ଟା ବା ଆସିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରାଯାଇଛି । ମାର୍ଚ୍ଚ ୪ ପରେ ଆସିଥିବା ଲୋକଙ୍କ ପାଇଁ ୪୮ ଘଣ୍ଟା ମହଲତ ଦିଆଯାଇଛି । ୪୮ ଘଣ୍ଟା ମଧ୍ୟରେ ସେମାନେ ରେଜିଷ୍ଟ୍ରେସନ କରିବା ଜରୁରୀ । ସେମାନେ ନିଜ ତଥ୍ୟ ଦେଲେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ନିଜ ଘରେ ବା ହସ୍ପିଟାଲରେ କରାଯିବ । ରେଜିଷ୍ଟ୍ରେସନ ନକରି ନିଜ ତଥ୍ୟ ନଦେଲେ ଫୌଜଦାରୀ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନସଚିବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here