୨୦୦୯ ମସିହାର ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ମାଡ ମାମଲାରେ ରାୟ ପ୍ରକାଶ ପାଇଛି । । ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ । ଦୋଷୀ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ସଜା । ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ମହିଳା କୋର୍ଟ । ୨୦୦୯ ମସିହା ଏପ୍ରତଲ ୧୮ ତାରିଖ ସଂଧ୍ୟାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ ଦ୍ୱାରା ଆକ୍ରମଣ କରାଯାଇଥିଲା । ଏସିଡ ମାଡରେ ପ୍ରମୋଦିନୀଙ୍କର ଶରୀରର ୮୦ ଭାଗ ପୋଡିଯାଇଥିଲା । ଦୁଇଟି ଯାକ ଆଖି ମଧ୍ୟ ନଷ୍ଟ ହୋଇଯାଇଥିଲା । ପ୍ରାୟ ୯ ମାସ ଧରି ପ୍ରମୋଦିନୀ ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ । ପାଞ୍ଚ ବର୍ଷ ବେଡରେ ପଡିବା ପରେ ୨୦୧୪ରେ ଚାଲିବାକୁ ସେ ସକ୍ଷମ ହୋଇଥିଲେ । ୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓରେ କାମ କରୁଛନ୍ତି । ଷ୍ଟପ୍ ଏସିଡ ଆଟାକ୍ ନାଁରେ ଏକ ସଙ୍ଗଠନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here