କାଲିଠାରୁ ଭୀଷଣ ବାତ୍ୟା ଅସାନିର ପ୍ରଭାବ ରହିବ । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୧୧ରେ ଗଞ୍ଜାମ, ପୁରୀ , ଖୋର୍ଦ୍ଧା , କଟକ ଓ ଜଗତସିଂହପୁରରେ ବର୍ଷିବ । ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବର୍ଷା । ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ଗଭୀର ଅବପାତରେ ଅତିକ୍ରମ କରିବ । ପୁରୀ ଠାରୁ ୬୮୦ କିମି ଦୂରରେ ଉତ୍ତର ଉତ୍ତର-ପୂର୍ବ ଦିଗରେ ପୂର୍ବ ବଙ୍ଗୋପକେନ୍ଦ୍ରୀୟ ସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here