ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଏହା ଭିତରେ ରାଜ୍ୟ ପାଇଁ ଟିକେ ଆଶ୍ୱସ୍ତିକର ଖବର ବି ଆସି ପହଁଞ୍ଚିଛି । ରାଜ୍ୟରେ ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୭, ବାଲେଶ୍ୱରରୁ ୩, ଭୁବନେଶ୍ୱରରୁ ୩ , କେନ୍ଦ୍ରାପଡାରୁ ଜଣେ ସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସୁଛି । ସୁସ୍ଥ ୧୪ ଜଣଙ୍କୁ ମିଶାଇ ଆରୋଗ୍ୟ ହେଲେ ୫୫ ଜଣ । କେନ୍ଦ୍ରାପଡାରେ ଜଣେ ସୁସ୍ଥ ହେବାପରେ ଏବେ କରୋନା ମୁକ୍ତ ହୋଇଛି କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here