୧୭ରେ ଆଉ ଏକ ଘୂର୍ଣ୍ଣିବଳୟ । ଲଗାଣ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆଜି ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲିଠୁ ବର୍ଷାର ପରିମାଣ କମିବ । ପଶ୍ଚିମଓଡିଶାରେ ବର୍ଷା ଜାରି ରହିବ । ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ କିଛି ସ୍ଥାନରେ ଆକସ୍ମିକ ବନ୍ୟା ଆସିପାରେ । ୧୭ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୮ ତାରିଖ ସକାଳ ସୁଦ୍ଧା ଉତ୍ତର ଓଡିଶା ପହଁଞ୍ଚିପାରେ । ତେବେ ଏହି ଘୂର୍ଣ୍ଣିବଳୟ ତୀବ୍ର ହେବନାହିଁ । ବର୍ଷାର ପରିମାଣ କମ ରହିବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here