ପ୍ରେମ ଏମିତି ଏକ ଶବ୍ଦ, ଯାହାକୁ ଉଚ୍ଚାରଣ କରିବା ମାତ୍ରେ ଦେହ ଓ ମନ ପୁଲକିତ ହୋଇଉଠେ  . ପ୍ରେମ ଏମିତି ଏକ ଶବ୍ଦ, ଯାହାର  ଅନୁଭବରେ ହୃଦୟ ତରଙ୍ଗାୟିତ ହୁଏ.  ଦୁଇ ପ୍ରେମୀ ସେମାନଙ୍କ ହୃଦୟକୁ ପରସ୍ପର ନିକଟରେ ସମର୍ପି ଦେବାର ଭାବ ହିଁ ପ୍ରେମ. ଦୁଇଟି ମନ ଓ ଦୁଇଟି ହୃଦୟକୁ ଯୋଡିଦେଉଥିବା ଅଢେଇ ଅକ୍ଷରର ଏହି ପ୍ରେମକୁ ନେଇ ପାଳିତ ହେଉଛି ଭାଲେଣ୍ଟାଇନ ଡେ.  କିଏ ଗୋଲାପର ପାଖୁଡାରେ ତ ଆଉ କିଏ ଉପହାରରେ ନିଜ ଭଲପାଇବାକୁ ପ୍ରକାଶ କରୁଛନ୍ତି. ମିଳନର ପର୍ବ ଭାଲେଣ୍ଟାଇନ ଡେ ସବୁବେଳେ ସମସ୍ତଙ୍କ ମନରେ ଏମିତି ପ୍ରେମ ହିଁ ବିଚ୍ଛୁରିତ କରୁଥାଉ.

LEAVE A REPLY

Please enter your comment!
Please enter your name here