ଆଉ ନାହାଁନ୍ତି କୋକିଳ କଣ୍ଠି ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସକାଳ ୮ଟା ୧୨ ରେ ୯୨ ବର୍ଷ ବୟସରେ ଶେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୯ ଦିନ ହେଲା ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ ଲତା । ଲତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଲତାଙ୍କ ପରଲୋକରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ । ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା । ଅନେକ ତାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଲତା । ୫ ବର୍ଷ ବୟସରୁ ବାପାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ଲତା । ୧୯୪୨ରେ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ଲତା ମଙ୍ଗେସକର । ହିନ୍ଦୀ ସହ ବିଭିନ୍ନ ଭାଷାରେ ୫୦ ହଜାରରୁ ଉର୍ଦ୍ଧ୍ୱ ଗୀତ ଗାଇଛନ୍ତି ଲତା । ଓଡିଆ ସିନେମାରେ ମଧ୍ୟ ଗୀତ ଗାଇଛନ୍ତି କୋକିଳକଣ୍ଠୀ ଲତା । ମଧୁର ସ୍ୱର ପାଇଁ ତାଙ୍କୁ ଭାରତର ନାଇଟିଙ୍ଗେଲ କୁହାଯାଉଥିଲା । ୧୯୫୮ରେ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ୧୯୬୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୯୬୯ରେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ପାଇଥିଲେ । ୧୯୮୯ରେ ଲତାଙ୍କୁ ମିଳିଥିଲା ଦାଦା ସାହେବ ଫାଲକେ ପୁରସ୍କାର । ୧୯୯୩ରେ ମିଳିଥିଲା ଜୀବନବ୍ୟାପୀ ସାଧନା ପୁରସ୍କାର । ୧୯୯୭ରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପାଇଥିଲେ ଲତା । ୧୯୯୯ରେ ଲତାଙ୍କୁ ମିଳିଥିଲା ପଦ୍ମ ବିଭୂଷଣ ସମ୍ମାନ । ୨୦୦୧ରେ ଲତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା । ୨୦୦୯ରେ ଏକକାଳୀନ ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ୨୦୧୧ ରେ ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିଲେ ସେ । ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଥିଲେ ଲତା । ଫ୍ରାନ୍ସରେ ‘ଅଫିସର ଅଫ ଦ ଲିଜିୟନ ଅଫ ଦ ଅନର’ ସମ୍ମାନ ମିଳିଛି । ୧୯୭୪ରେ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ ଲତା ।

LEAVE A REPLY

Please enter your comment!
Please enter your name here