କଣ ଏମିତି ବି ହୁଅନ୍ତି ନଦୀ ପାର । ଏ କୌଣସି ମଜାଦାର କି ଖେଳର ଦୃଶ୍ୟ ନୁହେଁ । ସ୍କୁଲ ଯିବା ପାଇଁ କୁନିକୁନି ପିଲାଙ୍କ ପାଇଁ ଏହି ହଣ୍ଡା ପାଲିଟିଛି ମାଧ୍ୟମ । ଏହି କଥାଟି ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିବ ନିଶ୍ଚୟ. କିନ୍ତୁ ଟିକେ ଭଲ କରି ଦେଖନ୍ତୁ ଏ ପୁରା ଭିଜୁଆଲ । ପୋଲ ନାହିଁ ରୋଷେଇ ହଣ୍ଡାରେ ପାରି ହୋଇ ସ୍କୁଲ ଯାଉଛନ୍ତି ଏହି କୁନିକୁନି ପିଲା. ଆସାମର ବିଶ୍ୱନାଥ ଜିଲ୍ଲାର ଏକ ଗାଁ ସୋଟିରେ ଏଭଳି ଏକ ବିପଦଜନକ ଦୃଶ୍ୟ ଗତ ଶୁକ୍ରବାରଦିନ ଦେଖିବାକୁ ମିଳିଛି. ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ରୋଷେଇ ହଉଥିବା ହଣ୍ଡାରେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି । ପ୍ରତିଦିନ ସ୍କୁଲ ଯିବା ଲାଗି ପାଠପଢା ବ୍ୟାଗ ସହ ଆଲୁମିନିୟମ ହଣ୍ଡା ନେବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ହଣ୍ଡା ଭିତରେ ସ୍କୁଲ ବ୍ୟାଗ ଧରି ନିଜେ ପାଣିରେ ହାତ ମାରିମାରି ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି । ଯଦି ନଦୀରେ ହଣ୍ଡା ଟିକିଏ ଏପଟ ସେପଟ ହେଲା ତେବେ ଏ ନୀରିହ ଶିଶୁଙ୍କ ଜୀବନ ଚାଲିଯାଇପାରେ । ତେବେ ପ୍ରତିଦିନ ପାଖାପାଖି ୪୦ ଜଣ ପିଲା ଏଭଳି ନଦୀପାର ହୋଇ ଯାଆନ୍ତି, ଯେଉଁଥିରେ ସେହି ସ୍କୁଲର ଏକମାତ୍ର ଶିକ୍ଷକ ପିଲାଙ୍କୁ ଏଥିପାଇଁ ସାହାଯ୍ୟ କରନ୍ତି. ଗାଁ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସେହି ଗାଁରେ ଆଜି ପର୍ୟ୍ୟନ୍ତ ପୋଲ ନିର୍ମାଣ ହୋଇପାରିଲା ନାହିଁ. ଯେଉଁଥିପାଇଁ ଆଜି ପିଲାଙ୍କ ଭାଗ୍ୟ ସହ ସେମାନଙ୍କ ଜୀବନ ସଂପୂର୍ଣ୍ଣରୂପେ ରୋଷେଇ ହଣ୍ଡା ଉପରେ ନିର୍ଭର କରୁଛି.
ଏହା ଆମ ଶିକ୍ଷା ବ୍ୟବସ୍ଥା ଓ ସିଷ୍ଟମ ପ୍ରତି ବଡ ପ୍ରଶ୍ନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here