ମାଲକାନାଗିରିର ମାଥିଲି ବ୍ଲକ କୁକୁରକୁଣ୍ଡ ଗାଁରୁ ତିନି ଜଣଙ୍କୁ ମାଓବାଦୀମାନେ ଉଠାଇ ନେବା ପରେ ଏବେ ଅପହୃତଙ୍କ ମଧ୍ୟରୁ ଜଣଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ଗୁଜା କୋବସି। ତେବେ ମାଓବାଦୀମାନେ ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ଭାବରେ ମାଡମାରି ଛାଡି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ତିନି ଜଣଙ୍କୁ ଲାଲବାହିନୀ ଉଠାଇ ନେଇଥିଲେ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ଅପହରଣ କରାଯାଇଥିଲା। ସେମାନେ ହେଲେ ଗୁଜା କୋବାସି, ସୋମା ସୋଢି ଓ ଓଙ୍ଗା କାଲମାଳି । ତେବେ ଗୁଜା କୋବସିଙ୍କୁ ପ୍ରଜାକୋର୍ଟରେ ମାଓବାଦୀମାନେ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିସ୍ତୁକ ମାଡ ମାରି ଛାଡି ଦେଇଛନ୍ତି ମଓବାଦୀ ।

LEAVE A REPLY

Please enter your comment!
Please enter your name here