ଆଉ ନାହାଁନ୍ତି ଲୋକପ୍ରିୟ ଫିଲ୍ମ ପ୍ରଯୋଜକ କେଶବ ରାଉତ । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କଟକ ଶଙ୍କରପୁରସ୍ଥିତ ବାସଭବନରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ‘ଭୀଷ୍ମପ୍ରତିଜ୍ଞା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ସେ ପ୍ରଯୋଜକ ଥିଲେ। ବଙ୍ଗଳା ଫିଲ୍ମ ‘ଜୀବନସଙ୍ଗୀ’ର ମଧ୍ୟ ପ୍ରଯୋଜକ ଥିଲେ କେଶବ। ଏହା ସହିତ ସେ ଅନେକ ଟିଭି ସିରିଏଲର ମଧ୍ୟ ପ୍ରଯୋଜକ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here