କୋଟିଆ ପ୍ରସଙ୍ଗର ଶୁଣାଣି ଉପରେ ସମସ୍ତଙ୍କ ନଜର ଥିଲା । ଯେ, ସୁପ୍ରିମକୋର୍ଟ କୋଟିଆ ପ୍ରସଙ୍ଗରେ କଣ ଶୁଣାଣି କରୁଛନ୍ତି । ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଓଡିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରତି ଜବାବ ଲାଗି ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ବରୁ ଆନ୍ଧ୍ର ପ୍ରତି ଜବାବ ରଖିସାରିଛି । ଯେଉଁଭଳି ଭାବରେ କୋଟିଆର ତିନୋଟି ଗାଁରେ ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ର । ଅଦାଲତ ଅଭିମାନନା କରିଥିଲା ଓଡିଶା । ସୁପ୍ରିମକୋର୍ଟ ଯାଇଥିଲେ ଓଡିଶା ସରକାର । ପରବର୍ତ୍ତୀ ସମୟରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏବଂ ଆଜିର ଦିନରେ ଅର୍ଥାତ ୧୯ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବାର ଥିଲା ଏବଂ ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗର ଆଜି ଶୁଣାଣି ହୋଇଛି । କୋଟିଆ ଓଡିଶାର ହିଁ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଓଡିଶାକୁ ଆଉ ୪ ସପ୍ତାହର ସମୟ ମିଳିଛି । ୧୯୩୬ ମସିହାରୁ ହିଁ ଓଡିଶାରେ କୋଟିଆ ଥିଲା ବୋଲି ତଥ୍ୟ ପ୍ରମାଣ ରହିଛି । ଆନ୍ଧ୍ରର ପ୍ରତି ଜବାବ ଥିଲା ୧୯୫୨ ମସିହାରୁ ନିର୍ବାଚନ କରିଆସୁଛି ଆନ୍ଧ୍ର ।