ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଗାଯାଇଥିବା ପୋଷ୍ଟରକୁ ନେଇ ଆକ୍ସନମୋଡରେ ଦିଲ୍ଲୀ ପୋଲିସ । ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ, ପାଚେରୀରେ ଲଗାଯାଇଥିବା ‘ମୋଦି ହଟାଓ, ଦେଶ ବଞ୍ଚାଓ’ ପୋଷ୍ଟରକୁ ହଟାଇ ଦେଇଛି ପୋଲିସ । ଏଭଳି ମୋଦି ବିରୋଧୀ ପୋଷ୍ଟର ଲଗାଇଥିବା ଅଭିଯୋଗରେ ପୋଲିସ 36ଟି ମାମଲା ରୁଜୁ କରିଥିବା ବେଳେ 6 ଜଣଙ୍କୁ ଗିରଫ କରିଛି ।
ପୋଲିସ କହିଛି, ସର୍ବସାଧାରଣ ସ୍ଥାନ ଖରାପ କରିବା ଏବଂ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସ୍ ନାଁ ନ ଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଗିରଫ 6 ଜଣଙ୍କ ମଧ୍ୟରେ 2 ଜଣ ହେଉଛନ୍ତି ପ୍ରିଣ୍ଟିଂ ପ୍ରେସ ମାଲିକ ।
ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା 2000 ମୋଦି ବିରୋଧୀ ପୋଷ୍ଟର ପୋଲିସ ଜବତ କରିଛି । ପୋଷ୍ଟର ଜବତ କରିଥିବା ଏକ ଭ୍ୟାନ ଡ୍ରାଇଭର ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ଆମ ଆଦମୀ ପାର୍ଟି ଅଫିସରେ ପୋଷ୍ଟର ପହଞ୍ଚାଇବା ପାଇଁ ତାକୁ କୁହାଯାଇଥିଲା । ସେହିପରି ଗିରଫ ପ୍ରିଣ୍ଟିଂ ପ୍ରେସ୍ ମାଲିକ କହିଛନ୍ତି, ମୋଦି ହଟାଓ, ଦେଶ ବଞ୍ଚାଓ ପୋଷ୍ଟର 50 ହଜାର ଛାପିବାକୁ ଅର୍ଡର ମିଳିଥିଲା । ବେଆଇନ ଭାବେ ସର୍ବସାଧାରଣ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଅଭିଯୋଗରେ ମୋଟ 138ଟି ମାମଲା ରୁଜୁ ହୋଇଛି ।
ପୋଷ୍ଟକ ଜବତ କରିବା, ମାମଲା ରୁଜୁ କରିବା ଏବଂ ଗିରଫ କରିବା ଘଟଣାକୁ ନିନ୍ଦା କରିଛି ଆପ୍ । ପୋଷ୍ଟର ଲଗାଇବାରେ ଭୁଲ୍ କେଉଁଠି ରହିଲା ଏବଂ ପୋଲିସର ଏଭଳି କାର୍ଯ୍ୟ ମୋଦି ସରକାରଙ୍କ ସ୍ବେଚ୍ଛାଚାରିତା ବୋଲି ଆପ୍ କହିଛି ।

LEAVE A REPLY

Please enter your comment!
Please enter your name here