ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୫୦ ତମ ଏପିସୋଡ୍‌ ଶେଷ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀ ବିଶେଷତଃ ରେଡିଓ ଉପରେ ହିଁ ଅଧିକ ଆଲୋକପାତ କରିଛନ୍ତି । ରେଡିଓ ଯୋଗାଯୋଗର ଶ୍ରେଷ୍ଠ ମାଧ୍ୟମ ଏବଂ ଏହା ଲୋକଙ୍କ ସହ ଜଡିତ ବୋଲି କହିଛନ୍ତି । ନିଜର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ସଫଳତା ବଖାଣିବାକୁ ଯାଇ ମୋଦୀ କହିଛନ୍ତି, ଆକାଶବାଣି ପକ୍ଷରୁ ଏକ ସର୍ଭେ କରାଯାଇଛି, ଯେଉଁମାନେ ମନ୍‌ କି ବାତ୍‌ ଶୁଣୁଛନ୍ତି ସେମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଯେଉଁଥିରେ ଜଣାପଡ଼ିଛି ଯେ, ନିୟମିତ ଭାବେ ୭୦ ପ୍ରତିଶତ ଲୋକ କାର୍ଯ୍ୟକ୍ରମ ଶୁଣୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଲୋକଙ୍କ ମଧ୍ୟରେ ସାକାରତ୍ମକ ମନୋଭାବ ବୃଦ୍ଧି ପାଉଛି ।

ଅନେକ ସମୟରେ ମନ୍‌ କ ବାତ୍‌ କାର୍ଯ୍ୟକ୍ରମକୁ ତାତ୍ସଲ୍ୟ ଏବଂ ରହସ୍ୟ ମଧ୍ୟ କରାଯାଇଥାଏ । କିନ୍ତୁ ମୋଦି ସେ ସବୁକୁ ଖାତିର କରନ୍ତି ନାହିଁ ଏବଂ ସେ ସବୁବେଳେ ୧୩୦ କୋଟି ଜନସାଧାରଣଙ୍କ କଥା ଚିନ୍ତା କରିଥାନ୍ତି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ମଙ୍ଗଳ ଚିନ୍ତା କରାଯାଇଥାଏ । ଭାରତର ମୂଳ ପ୍ରାଣ ରାଜନୀତି ନୁହେଁ, ଭାରତର ମୂଳ ପ୍ରାଣ ରାଜ ଶକ୍ତି ମଧ୍ୟ ନୁହେଁ । ଭାରତର ମୂଳ ପ୍ରାଣ ହେଉଛି ସମାଜନୀତି ଓ ସମାଜ ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେ ଏହି ଅବସରରେ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଗଣମାଧ୍ୟମର ସହଯୋଗ କାରଣରୁ ହିଁ ଆଜି ଏହି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଦେଶରେ ଆଓ୍ୱେଟେଡ୍‌ କାର୍ଯ୍ୟକ୍ରମ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here