ଗରିବଙ୍କ ପାଇଁ ସରକାର କରୁଛନ୍ତି ଯୋଜନା ପରେ ଯୋଜନା । ମାତ୍ର ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । କେହି ଭୋକ ଉପାସରେ ରହିବେ ନାହିଁ । ସେଥିପାଇଁ ସରକାର ଆରମ୍ଭ କଲେ ୨ ଟଙ୍କିଆ ଚାଉଳ। ହେଲେ ଫଳ ଶୂନ. ବଡବଡିଆ ଏହାର ଫାଇଦା ଉଠାଉଥିବାବେଳେ ଗରିବଙ୍କ ପାଇଁ ଏହା ପାଲଟିଛି ସାତ ସପନ । ଆଜ୍ଞା ହଁ, ଆମେ କହୁଛୁ ପୁରୀ ଜିଲ୍ଲା ଗଣେଶପୁର ଗ୍ରାମପଞ୍ଚାୟତ ବେଣିପୁର ଗାଁର କୈଳାସ ଦାସଙ୍କ ପରିବାର କଥା. ଯିଏ ଜଣେ ମାନସିକ ରୋଗୀ, ତାଙ୍କ ସ୍ତ୍ରୀ ରେବତୀ ମଧ୍ୟ ମଧୁମେହ ରୋଗରେ ପୀଡିତ. ଦୁଇ ଝିଅଙ୍କୁ ନେଇ ବେଣିପୁର ଗାଁରେ ରୁହନ୍ତି ଏହି ପରିବାର. ରୋଗର ଚିକିତ୍ସା କରିବା ପାଇଁ ଏମାନଙ୍କ ପାଖରେ ଅର୍ଥ ବାଧକ ସାଜିଥିବାବେଳେ ଦୁଇ ଓଳି ଖାଇବା ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ରେବତୀ ଯାହା ମାଗିଯାଚି ଆଣିଥାନ୍ତି ସେହିଥିରେ ଦୁଖେଃ କଷ୍ଟେ ପରିବାର ଚଳେ । କେବଳ ସ୍କୁଲର ମଧ୍ୟାହ୍ନ ଭୋଜନରେ ମୁଠାଏ ଖାଇବା ପାଇଁ ଦୁଇ ଝିଅ ସ୍କୁଲ ଯାଉଛନ୍ତି । ଯେବେ ସ୍କୁଲ ଛୁଟି ଥାଏ ଭୋକ ଉପାସରେ ଦିନ ବିତାଇଥାନ୍ତି ଦୁଇ ନିରୀହ ଶିଶୁ । ସବୁଠାରୁ ବଡ କଥା ହେଲା, ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ଏହି ପରିବାର ପାଖରେ ପହଁଞ୍ଚିପାରନାହିଁ । ତେବେ ସରକାରଙ୍କ ପାଖରେ ଏମାନଙ୍କ ଦୁଃଖ କେବେ ପହଁଞ୍ଚୁଛି ତାହା ଦେଖିବାକୁ ବାକି.

LEAVE A REPLY

Please enter your comment!
Please enter your name here