୫ଦିନ ପରେ ଉଦ୍ଧାର ହୋଇଛନ୍ତି ନିଖୋଜ ଛାତ୍ର ଅମ୍ରିତ ପାତ୍ର । ଅମ୍ରିତ ଉଦ୍ଧାର ହେବା ପରେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କୁରାଳ ଗାଁର ଶୁଣ୍ଢି ସାହିରୁ ଅମ୍ରିତ୍ ପାତ୍ରଙ୍କୁ ଉଦ୍ଧାର କରିଛନ୍ତି ଗ୍ରମବାସୀ । ଅମ୍ରିତ ଉଦ୍ଧାର ହେବା ପରେ ତାଙ୍କ ସ୍ୱାସ୍ଥ୍ର‌୍ୟପରୀକ୍ଷା ପାଇଁ ନୟାଗଡ ମେଡିକାଲକୁ ପଠାଯାଇଛି । ଅତ୍ୟନ୍ତ ଦୁର୍ବଳ ହୋଇପଡିଛନ୍ତି ଅମ୍ରିତ୍ । ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ୍ ଯାଇ ଆଉ ଫେରିନଥିଲେ ଅମ୍ରିତ୍ । ନୟାଗଡ ଓଡଗାଁର ନିଖୋଜ ୧୨ ବର୍ଷର ଅମ୍ରିତ ଉଦ୍ଧାର ହେବା ପରେ ଗାଁ ଲୋକଙ୍କୁ ମିଳିଛି ଆଶ୍ୱସ୍ତି ।
ଏବେ ଅମ୍ରିତ ମିଳିବା ପରେ ଅନେକ ପ୍ରଶ୍ନ ଆସିଛି । କେଉଁଠି ଥିଲେ ଅମ୍ରିତ୍‌? କାହା ସହ କାହା ଘରେ ଥିଲେ ? ନିଜ ଗାଁରେ ହିଁ ଥିଲେ କି ଅମ୍ରିତ୍ ? ଉଦ୍ଧାର ସମୟରେ ଅମ୍ରିତଙ୍କ ପାଖରେ ଥିବା ବ୍ୟକ୍ତି ଜଣଙ୍କ କିଏ? । ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ପୋଲିସ ଏ ଦିଗରେ ତଦନ୍ତ କରିବ ।

LEAVE A REPLY

Please enter your comment!
Please enter your name here