ହକି ବିଶ୍ୱକପକୁ ଝୁମାଇବେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକା । ନିଜ ସୁରିଲା କଣ୍ଠସ୍ୱରରେ ସାରା ବିଶ୍ୱକୁ ଝୁମାଇବେ । ହକି ବିଶ୍ୱକପର ଉଦଘାଟନୀ ସଙ୍ଗୀତ ଗାଇବେ ନମିତା । ଗୀତ ରେକର୍ଡିଂ କରିବାକୁ ସେ ମୁମ୍ବାଇ ଯାଇଛନ୍ତି । ବାପା ଏବଂ ସମ୍ପର୍କୀୟଙ୍କ ସହିତ ମୁମ୍ବାଇରେ ପହଁଞ୍ଚିଛନ୍ତି ନମିତା । ସେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅରୁଣା ମହାନ୍ତିଙ୍କ ସହିତ ଯୁଗ୍ମ ଭାବରେ ସଙ୍ଗୀତ ରେକର୍ଡିଂ କରିବା କାର୍ଯ୍ୟକ୍ରମ ରହିଛି । ବିଶିଷ୍ଟ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଗୀତର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି । ଏବଂ ଏହି ସଙ୍ଗୀତ ଗାନ କରିବାକୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ନମିତାଙ୍କ ନାଁ ସୁପାରିଶ କରିଥିଲେ । ଏଥିପାଇଁ ନମିତାଙ୍କୁ ଦେଢଲକ୍ଷ ଦିଆଯିବ ।
କୋରାପୁଟ ଜିଲ୍ଲାର ଦୁର୍ଗମ ଆଦିବାସୀ ଗାଁ ଚିନ୍ତାଗୁଡାର ନମିତା ମେଲେକା କରୋନା ସମୟରେ ଗୀତ ଗାଇ ଲୋକଲୋଚନକୁ ଆସିଥିଲେ । ତାଙ୍କର ସୁମଧୂର କଣ୍ଠସ୍ୱର ସମସ୍ତଙ୍କ ମନକୁ ଛୁଇଁଥିଲା । ସଙ୍ଗୀତ ଶିକ୍ଷା ନକରି ନିଜ ଉଦ୍ୟମରେ ଗୀତ ଗାଉଛନ୍ତି ନମିତା । କରୋନା ସମୟରେ ତାଙ୍କ ଭିଡିଓ ଭାଇରାଲ ପରେ ଚର୍ଚ୍ଚାକୁ ଆସିଥିଲେ ଅଖ୍ୟାତ ପଲ୍ଲୀର ଏହି ଝିଅ ।

LEAVE A REPLY

Please enter your comment!
Please enter your name here