ବଙ୍ଗୋପସାଗରରେ ସୃଷ୍ଟ ୱେଲ ମାର୍କ ଲୋ ପ୍ରେସର ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଲାଗି ରହିଛି । ବିଷେଶଭାବରେ ଉପୂକୁଳ ଏବଂ ଦକ୍ଷିଣ ଓଡିଶାରେ ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେଉଛି । ସକାଳୁ ଘଡଘଡି ସହ ବର୍ଷା ଏହି ସବୁ ସହରରେ ଲାଗି ରହିଛି । ବଙ୍ଗୋପସାଗରରେ ୱେଲ ମାର୍କ ଲୋ ପ୍ରେସରରରେ ଉତ୍ତର ପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ହେଉଛି । ଯାହାର ପ୍ରଭାବରେ ବର୍ଷା ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ଉତ୍ତର ଓଡିଶା ଏବଂ ଛତିଶଗଡ ଦେଇ ଅତିକ୍ରମ କରିବ । କାଲି ସକାଳ ଯାଏଁ ୭ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡକୁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ,କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର, ଭଦ୍ରକ ଏହି ୬ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୮ ଜିଲ୍ଲା ହେଲା , କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ର ଭିତରକୁ ମତ୍ସଜୀବିଙ୍କୁ ଯିବାକୁ ମନା କରାଯାଇଛି ।