ଆଜି ରାଜ୍ୟରେ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୫୪୩ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୬୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୮୨ । ତେବେ ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧ୍ଖଳ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧାରୁ ୮୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ-୩୨୬, କଟକ-୨୯୫, ଗଞ୍ଜାମ-୧୦୨, ଯାଜପୁର-୨୦୬, ବାଲେଶ୍ୱର-୧୫୩, ବରଗଡ-୨୭୪, ଭଦ୍ରକ-୫୦, ଅନୁଗୁଳ-୬୮, ବଲାଙ୍ଗୀର-୩୭, ବୌଦ୍ଧ-୬୭, ଦେଓଗଡ-୪, ଢେଙ୍କାନାଳ-୬୯, ଗଜପତି-୨୯, ଜଗତସିଂହପୁର-୮୫, ଝାରସୁଗୁଡା-୮୭, କଳାହାଣ୍ଡି-୩୭, କନ୍ଧମାଳ-୩୮, କେନ୍ଦ୍ରାପଡା-୪୮, କେନ୍ଦୁଝର-୪୪, କୋରାପୁଟ-୯୦, ମାଲକାନଗିରି-୨୫ନବରଙ୍ଗପୁର-୩୩, ନୟାଗଡ-୩୪, ନୂଆପଡା-୯୮, ପୁରୀ-୬୧, ରାୟଗଡା-୬୭, ସମ୍ବଲପୁର-୮୩, ସୋନପୁର-୯୯, ସୁନ୍ଦରଗଡରୁ ୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୨୦୨୨୧ । କରୋନାରୁ ସୁସ୍ଥ ହେଲେଣି ୯୦୩୩୧ ଏବଂ ଆକ୍ଟିଭ୍ କେସ୍ ରହିଛି ୨୯୨୯୯ ।
ସେହିପରି କରୋନାରେ ଆଜି ୭ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ଆଜି ଦୁଇ ଜଣ ଆଖି ବୁଜିଛନ୍ତି । ବଲାଙ୍ଗୀର , ଗଞ୍ଜାମ, ସୁନ୍ଦରଗଡରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । କଟକ, ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here