ରାୟପୁର ବସ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୮ଜଣ ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ଆହତମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଘଟଣା ସ୍ଥଳକୁ ଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିଜି ଅଭୟଙ୍କୁ ଛତିଶଗଡ ଡିଜିଙ୍କ ସହ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଦୁର୍ଘଟଣାର କାରଣ ଓ ଆହତଙ୍କ ଚିକତ୍ସା ସମ୍ପର୍କିତ ରିପୋର୍ଟ ମଗାଯାଇଛି । ବରଗଡ ଆରଟିଓଙ୍କୁ ଘଟଣାସ୍ଥଳକୁ ଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅଭୟ ଛତିଶଗଡ ଡିଜିଙ୍କ ସହ କଥା ହୋଇଛନ୍ତି । ଏହାସହ ପଦ୍ମପୁର ଏସଡିପିଓ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିବା ଡିଜି ସୂଚନା ଦେଇଛନ୍ତି ।
ମୃତକ ଶ୍ରମିକମାନେ ହେଉଛି ପ୍ରବାସୀ ଓଡ଼ିଆ । ସେମାନେ ଗଞ୍ଜାମରୁ ଗୁଜୁରାଟକୁ ଯାଉଥିଲେ କାମ କରିବା ପାଇଁ । ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ୮ ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ସମସ୍ତ ଶ୍ରମିକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ ଆସ୍କା ଓ ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ବସ୍‌ ମଧ୍ୟରେ ୭୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here