ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ ଟି-୨୦ ବିଶ୍ୱକପ୍-2022 । ଏଥିପାଇଁ ଟିମ୍ ଇଣ୍ଡିଆରୁ ଏକ ଭଲ ଖବର ସାମ୍ନାକୁ ଆସିଥିଲା ଯେ, ଆହତ ଥିବା ଯଶପ୍ରୀତ ବୁମରାହ ଏବଂ ହର୍ଷଲ ପଟେଲ ଚଳିତବର୍ଷ ଟିମ୍ ଇଣ୍ଡିଆରେ ସାମିଲ ହେବେ । ହେଲେ ଏବେ ଟିମ୍ ଇଣ୍ଡିଆ ପାଇଁ ଏକ ଦୁଖଃ ଖବର ହେଉଛି ଯେ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟିମରୁ ବାଦ ପଡୁଛନ୍ତି । ଟି-୨୦ରେ ଖେଳିବେନି ଜାଡେଜା । ଜାଡେଜା ଡାହାଣ ଆଣ୍ଠୁରେ ଆଘାତ ପାଇଥିଲେ । ଯାହାର ଏବେ ସଫଳ ଅପରେସନ ହୋଇଛି । ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ଜାଡେଜା ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବେ । ତେଣୁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବେ ।
ଜାଡେଜା ଏଇ କିଛିଦିନ ତଳେ ନିଜ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସର୍ଜରୀ ହୋଇଥିବା ନେଇ କହିଥିଲେ । ଖୁବଶୀଘ୍ର ସୁସ୍ଥ ହୋଇ ସେ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here