ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ 10 ତାରିଖରେ ବାତ୍ୟାରେ ପରିଣତ ହେବ । ତେବେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗରି କରିବାର ସମ୍ଭାବନା ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ବାତ୍ୟା ବାଂଲାଦେଶ ଓ ମିଂଆମାର ମୁହାଁ ହେବ । ଆସନ୍ତା 12 ତାରିଖରେ ବାତ୍ୟା ବାଂଲାଦେଶ ଓ ମିଁଆମାର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରରେ ଆଜିଠାରୁ ବର୍ଷା ଲାଗି ରହିଛି ଏବଂ ଘଣ୍ଟାକୁ 70 ରୁ 80 କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇଛି । ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳ ପ୍ରତି କୌଣସି ବିପଦ ନ ଥିଲେ ହେଁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରି ଆସିବା ପାଇଁ କୁହାଯାଇଛି । ଓଡିଶା ସମେତ ପୂର୍ବତଟ ପାଇଁ କୌଣସି ସତର୍କ ସୂଚନା ନାହିଁ ।