ଡବଲ ଡେଞ୍ଜର ପାଇଁ ଡବଲ ମାସ୍କ I କୋଭିଡ ବିପଦକୁ ମୁକାବିଲା କରୁଥିବା ବେଳେ ବାତ୍ୟା ୟାସ୍ ଆସିଛି ଏବଂ ଏ ଦୁଇ ବିପଦକୁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି I ଓଡିଶା ପାଇଁ ଯଦିଓ ବାତ୍ୟା ନୂଆ କଥା ନୁହେଁ, ତଥାପି ଆମେ ଅବହେଳା କରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି I ସାମାନ୍ୟ ହେଳା ଆମ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ନବୀନ କହିଛନ୍ତି I ଗତବର୍ଷ ଆମେ ଅମ୍ଫାନ ସହ କୋଭିଡକୁ ମୁକାବିଲା କରିଥିଲେ, ଏଥର ୟାସ୍ ସହ ମୁକାବିଲା କରିବାକୁ ପଡିବ I ତେବେ ମାସ୍କ ପିନ୍ଧିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି I ବାତ୍ୟା ପରବର୍ତ୍ତୀ ସମୟରେ ପୁନରୁଦ୍ଧାର ଓ ବିଦ୍ୟୁତସେବା ଯୋଗାଇବାକୁ ଗୁରୁତ୍ବ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି I

LEAVE A REPLY

Please enter your comment!
Please enter your name here