ଆସନ୍ତା 11 ତାରିଖରୁ ଖୋଲିବ କଲେଜ ଓ ୟୁନିଭରସିଟି । ଗତକାଲି ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ଘୋଷଣା କରିଥିବା ବେଳେ ଆଜି କଲେଜ ଓ ୟୁନିଭରସିଟି ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ଶେଷ ସେମିଷ୍ଟର ପରୀକ୍ଷା ପାଇଁ ଶିକ୍ଷାନୁଷ୍ଠାନ ଖୋଳାଯିବ । ୟୁଜିର ପଞ୍ଚମ ଓ ପିଜିର ତୃତୀୟ ସେମିଷ୍ଟର ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଉଭୟଙ୍କ ପାଇଁ ଜାନୁଆରୀ 11ରୁ ମାର୍ଚ୍ଚ 15 ପର୍ଯ୍ୟନ୍ତ କ୍ଲାସ ହେବ ଏବଂ ମାର୍ଚ୍ଚ 16 ରୁ 31 ପର୍ଯ୍ୟନ୍ତ ପରୀକ୍ଷା ହେବ । ଅପ୍ରେଲ 30 ସୁଦ୍ଧା ପରୀକ୍ଷା ଫଳ ବାହାରିବ । ସେହିପରି ଶେଷ ସେମିଷ୍ଟର ପରୀକ୍ଷା ପାଇଁ ଏପ୍ରିଲ 2 ରୁ ଜୁନ 15 ଯାଏଁ କ୍ଲାସ ହେବ, ଜୁନ 15ରୁ 30 ସୁଦ୍ଧା ପରୀକ୍ଷା ସରିବ ଏବଂ ଜୁଲାଇ 15 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । କୋଭିଡ ଗାଇଡଲାଇନ ଅନୁସାରେ ୟୁଜି ଓ ପିଜି ପିଲାଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here