46 ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବାକୁ ସମସ୍ତ ବ୍ୟବସ୍ତା ସରିଛି । ଆସନ୍ତାକାଲି ରବିବାର ଦିନ ରତ୍ନଭଣ୍ଡାର ଖୋଲାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଆସନ୍ତାକାଲି ରତ୍ନଭଣ୍ଡାର ନିଶ୍ଚିତ ଭାବେ ଖୋଲାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି । ଯଦି ଚାବିରେ ନ ଖୋଲେ, ତେବେ ତାଲା ଭାଙ୍ଗିଦେବାକୁ ନିଷ୍ପତ୍ତି ନିଆଯାଇଛି । ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତଙ୍କ ସହ ବିଚାର ବିମର୍ଷ କରି ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରତ୍ନଭଣ୍ଡାର ଖୋଲାଯିବା ସହ ଭଣ୍ଡାର ଗୃହର ମରାମତି ଓ ରକ୍ଷଣବେକ୍ଷଣ ସହ ଅଳଙ୍କାରର ଗଣତି ଓ ଗୁଣାତ୍ମକ ମାନ ମଧ୍ୟ ପରୀକ୍ଷା କରାଯିବ । ସମସ୍ତ ଅଳଙ୍କାରର ଡିଜିଟାଇଜେସନ ପଦ୍ଧତିରେ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ । 46 ବର୍ଷ ତଳେ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ସେତେବେଳେ ଭଣ୍ଡାର ଗୃହରେ ଥିବା ଅଳଙ୍କାରର ହିସାବ କରିବାକୁ 72 ଦିନ ସମୟ ଲାଗିଥିଲା ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଟେକ୍ନୋଲୋଜିରେ ବହୁ ପରିବର୍ତ୍ତନ ଆସିଥିବାରୁ ଗଣତି ଆହୁରି ଶୀଘ୍ର ସରିବ ଏବଂ ଏହାଦ୍ବାରା ଶ୍ରୀମନ୍ଦିର ରୀତିନୀତିରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here