ଶୁକ୍ରବାର ସକାଳ ପର୍ଯ୍ୟନ୍ତ 6ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଉଛି ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବରଗଡ, ନୂଆପଡା ଓ ସମ୍ବଲପୁର । ଲଘୁଚାପ ପ୍ରଭାବରେ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । 6ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣିଂ ଜାରି ହୋଇଥିବା ବେଳେ 9 ଜିଲ୍ଲାକୁ ଅରେଞ୍ଜ ଓ୍ବାଣିଂ ଜାରି କରାଯାଇଛି ।
ଗତ ଚବିଶ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀରରେ ସର୍ବାଧିକ 215 ମି.ମି. ବର୍ଷା ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଥିବାରୁ ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ସମ୍ଭାବନା ରହିଛି ।