2021 ଚେନ୍ନାଇ ଆଇପିଏଲ ପାଇଁ ଆରମ୍ଭ ହୋଇଛି ନିଲାମୀ ପ୍ରକ୍ରିୟା । ନିଲାମୀରେ 8ଟି ଫ୍ରାଞ୍ଚାଇଜ୍ ଏବଂ 292 ଖେଳାଳି ଭାଗ ନେଇଛନ୍ତି । ନିଲାମୀ ପ୍ରକ୍ରିୟାରେ କ୍ରିସ ମୋରିସ ସବୁଠୁ ଦାମୀ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ 16.25 କୋଟିରେ କ୍ରିସ ମୋରିସଙ୍କୁ କିଣିଥିବା ବେଳେ 14 କୋଟି 25 ଲକ୍ଷରେ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଆରସିବି କିଣିଛି । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ଚେନ୍ନାଇ ସୁପର କିଙ୍ଗ 7 କୋଟିରେ କିଣିଛି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କୁ 2.2 କୋଟିରେ ଦିଲ୍ଲୀ କ୍ୟାପିଟାଲ କିଣିଥିବା ବେଳେ ଭାରତର ଶିବମ୍ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ 4 କୋଟି 40 ଲକ୍ଷରେ କିଣିଛି ।

LEAVE A REPLY

Please enter your comment!
Please enter your name here