କାବୁଲ ଏୟାରପୋର୍ଟରେ ଭୟାବହ ବିସ୍ଫୋରଣ । 100 ରୁ ଅଧିକ ତାଲିବାନ ନିହତ । 13 ଜଣ ଆମେରିକୀୟ ସୈନିକ ମଧ୍ୟ ନିହତ ହୋଇଛନ୍ତି । ପୂର୍ବରୁ ଆମେରିକା ସମେତ ଅଷ୍ଟ୍ରେଲିଆ, ବ୍ରିଟେନ ପ୍ରମୁଖ ରାଷ୍ଟ୍ର କାବୁଲ ସହରରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ହେବ ବୋଲି ସତର୍କ କରାଇଥିଲେ । ଆଜି କାବୁଲ ଏୟାରପୋର୍ଟ ବାହାରେ ଦୁଇଟି ବଡଧରଣର ବିସ୍ଫୋରଣ ହୋଇଥିବା ବେଳେ ପାହାଡି ଅଞ୍ଚଳରୁ ଗୋଳିଗୋଳା ବର୍ଷଣ ହୋଇଥିଲା । ବିସ୍ଫୋରଣରେ ପୁରା କାବୁଲ ସହର ଥରି ଉଠିଥିଲା । ତେବେ ଆଗକୁ ଆହୁରି ବିସ୍ଫୋରଣ ହେବ ବୋଲି ଆମେରିକା ସୂଚନା ଦେଇଛି । ଆଇଏସଆଇଏସ ଏହି ଆକ୍ରମଣ କରିଥିବା କୁହାଯାଉଛି । ବିସ୍ଫୋରଣ ଆତ୍ମଘାତିଜନିତ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।

ଆଇଏସଆଇଏସ ମୁସଲିମ ଆତଙ୍କବାଦୀ ତାଲିବାନ ବିରୋଧୀ । ତେବେ ମିଳିଥିବା ସୂଚନା ଅନୁଯାୟୀ ଆମେରିକା ସୈନିକଙ୍କ ସହ ଥିବା ଆଫଗାନିସ୍ତାନ ଇଣ୍ଟରପ୍ରିଟର ଓ ଟ୍ରାନ୍ସଲେଟରଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । କାବୁଲ ଏୟାରପୋର୍ଟ ଓ ଆଖପାଖ ଅଞ୍ଚଳ ଛାଡି ନିରାପଦ ସ୍ଥାନକୁ ଚାଲିଯିବାକୁ ଆମେରିକା କାବୁଲ ସ୍ଥିତ ନାଗରିକଙ୍କୁ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here