90 ବର୍ଷରେ ପଦାର୍ପଣ କରିଛି ଭାରତୀୟ ବାୟୁସେନା । 1932 ଅକ୍ଟୋବର 8 ତାରିଖରେ ପରାଧୀନ ଭାରତରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ସେତେବେଳେ ବ୍ରିଟିଶ ରୟାଲ ଏୟାର ଫୋର୍ସର ସହାୟକ ଭାବେ କାର୍ଯ୍ୟ କରୁଥିଲା । 1933ରେ ଭାରତୀୟ ବାୟୁସେନାରେ ପ୍ରଥମ ଅପରେସନାଲ ସ୍କ୍ବାଡ୍ରନ ଆରମ୍ଭ ହୋଇଥିଲା । ଏହାମଧ୍ୟରେ 90 ବର୍ଷ ଅତିକ୍ରମ କରିବା ସହ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ଆଜି 90 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାରତୀୟ ବାୟୁସେନା ଦିଲ୍ଲୀରୁ ଚଣ୍ଡୀଗଡ ପର୍ଯ୍ୟନ୍ତ ଭବ୍ୟ ତଥା ଚିତ୍ତାକର୍ଷର ପ୍ରଦର୍ଶନ ଆୟୋଜନ କରିଛି । ଏଥିରେ 80ରୁ ଅଧିକ ବାୟୁସେନା ଯୁଦ୍ଧ ବିମାନ ଭାଗ ନେଇଛନ୍ତି । ରାଫେଲ୍, ସୁଖୋଇ-39,ଚିନୁକ୍, ଆପାଚେ, ମିରାଜ୍, ତେଜସ୍, ଜାଗୁଆର୍, ଡାକୋଟା, ଧ୍ରୁବ୍, MI-17, C-130J

LEAVE A REPLY

Please enter your comment!
Please enter your name here