ଏଣିକି ରାଜଧାନୀ ଭୁବନେଶ୍ୱରରେ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ କଟକଣା ରହିବ । ରାସ୍ତାକଡରେ କିମ୍ବା ଡ୍ରେନ ଉପରେ ଆଉ ଖାଇବା ବିକ୍ରୀ ହେବ ନାହିଁ । ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ରାସ୍ତାକଡ ଫୂଡପାଦ୍ ଏବଂ ଡ୍ରେନ ଉପରେ ଖୋଲୁଥିବା ଖାଇବା ଦୋକାନ ଗୁଡିକ ଉପରେ କଟକଣା ଜାରି କରିଛନ୍ତି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥାଇ ଖାଦ୍ୟ ଦୋକାନୀ ଘଟଣାସ୍ଥଳରେ ଖାଦ୍ୟ ପରିବେଷଣ କରିପାରିବେ ନାହିଁ । କେବଳ ଗ୍ରାହକଙ୍କୁ ପାର୍ସଲ ଖାଦ୍ୟ ଯୋଗାଇ ଦିଆଯିବ । ସେହିପରି ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବ । ଖାଦ୍ୟ ଦୋକାନରେ କାର୍ଯ୍ୟରତ କର୍ମଚାରୀମାନେ ପରିଷ୍କାର ପୋଷାକ ପିନ୍ଧିବା ସହିତ ମୁଣ୍ଡରେ ଟୋପି , ଦେହରେ ଆଫ୍ରୋନ, ହାତରେ ଗ୍ଲୋବ୍ସ ଲଗାଇ ଏହି ଖାଦ୍ୟ ଯୋଗାଇବେ । ଭେଣ୍ଡିଂ ଜୋନରେ କେହି ଫୁଡ୍ ଷ୍ଟଲ ଖୋଲିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here