ଭାରତୀୟ ରିଜର୍ଭ ବ୍ୟାଙ୍କ RBI ରେପୋ ରେଟ୍ରେ କିଛି ପରିବର୍ତ୍ତନ କରିନାହିଁ। ଏହାକୁ ୫.୫% ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରା ନୀତି କମିଟି (MPC) ର ତିନି ଦିନିଆ ବୈଠକ ପରେ, RBI ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଋଣ ଏବଂ EMI ଋଣଗ୍ରହୀତାଙ୍କ ପାଇଁ କୌଣସି ଆଶ୍ୱସ୍ତି ମିଳିବ ନାହିଁ, କାରଣ ସୁଧ ହାର ଅପରିବର୍ତ୍ତିତ ରହିବ। ବ୍ୟାଙ୍କଗୁଡ଼ିକର ଋଣ ଖର୍ଚ୍ଚରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ନିବେଶକମାନଙ୍କୁ ସଙ୍କେତ ଦିଏ ଯେ RBI ବର୍ତ୍ତମାନ ପାଇଁ ସ୍ଥିରତା ବଜାୟ ରଖିବାକୁ ଚାହୁଁଛି ଏବଂ କୌଣସି ବଡ଼ ପରିବର୍ତ୍ତନ କରିବାକୁ ଚାହୁନାହିଁ। ଏହା ଷ୍ଟକ ବଜାର, ବଣ୍ଡ ବଜାର ଏବଂ ଟଙ୍କାର ଗତିବିଧିକୁ ପ୍ରଭାବିତ କରିପାରେ। ରେପୋ ରେଟ୍ ଅପରିବର୍ତ୍ତିତ ଯୋଗୁଁ EMIରେ ପରିବର୍ତ୍ତନ ହେବନି। ଋଣ କିସ୍ତି(EMI) ବଢିବ ନାହିଁ କି ହ୍ରାସ ପାଇବ ନାହିଁ। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍କୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ରିଭର୍ସ ରେପୋ ରେଟ୍କୁ ୩.୩୫% ଓ ବ୍ୟାଙ୍କ ରେଟ୍କୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ନ୍ୟୁଟ୍ରଲ ରଖାଯାଇଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।












