ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତଥା ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସେ ଶପଥ ଗ୍ରହଣ କରିଥିଲେ । ଏହି ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦାଯୀ ସିଜେଆଇ ଜଷ୍ଟିସ ଏନ ଭି ରମନ୍ନାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଯ଼ୋଗ ଦେଇଥିଲେ । ଜଷ୍ଟିସ ଲଳିତ ହେଉଛନ୍ତି ଦେଶର 49 ତମ ସିଜେଆଇ । ଶପଥ ପାଠ ସମାରୋହରେ ଜଷ୍ଟିସ ଲଳିତଙ୍କ ତିନୋଟି ବଂଶ(ଜେନେରେସନ)ର ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

ଗତ ଶୁକ୍ରବାର ଦିନ ସିଜେଆଇ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ତେବେ ୬୪ ବର୍ଷୀୟ ଜଷ୍ଟିସ ଲଳିତ ପ୍ରଧାନ ବିଚାରପତି ଭାବେ ମାତ୍ର ୭୪ ଦିନ କାର୍ଯ଼୍ୟ କରିବେ । ଆସନ୍ତା ନଭେମ୍ବର ୮ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ ।

LEAVE A REPLY

Please enter your comment!
Please enter your name here