ଲଞ୍ଚ୍ ହେଲା UTS Paperless Mobile Ticketing ଆପ୍, ଯେଉଁଥିରେ ଯାତ୍ରୀମାନଙ୍କୁ ଅସଂରକ୍ଷିତ(ଜେନେରାଲ) ଟିକେଟ କରିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଲାଇନ ଲଗେଇ ଛିଡା ହେବାକୁ ପଡିବ ନାହିଁ. ଯାତ୍ରୀମାନଙ୍କୁ  ଦୀର୍ଘ ସମୟଧରି ଛିଡା ହେଉଥିବା ଟ୍ରେନ୍ ଟିକେଟ କାଉଣ୍ଟରରୁ ମୁକ୍ତିମିଳିବ. ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ଯାତ୍ରୀଙ୍କୁ ପ୍ରଥମେ ଏହି ଆପକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରି ରେଜିଷ୍ଟ୍ରେସନ କରିବାକୁ ପଡିବ. ତା ପରେ ଟିକେଟ କିଣିବା ପାଇଁ ଏହାକୁ ଲଗ୍ ଇନ୍ କରିବା ପରେ ସ୍କ୍ରିନରେ ଥିବା ପେପରଲେସ୍ ସ୍କ୍ରିନକୁ ଚୟନ କରିବାକୁ ପଡିବ. ତେବେ ଯାତ୍ରୀମାନଙ୍କୁ ଟିକେଟ ଯାଞ୍ଚ୍ ସମୟରେ ମୋବାଇଲରେ ଥିବା ଟିକେଟକୁ ଦେଖାଇବାକୁ ପଡିବ. R-Wallet କିମ୍ବା UPI, Bhima App, Debit Card, Credit Card, Net Banking, PettyMe ଓ Mobikvicରେ ମଧ୍ୟ ଯାତ୍ରୀମାନେ ନିଜର ପଇଠ କରିପାରିବେ. ପେପରଲେସ୍ ଟିକେଟକୁ ପ୍ରମୋଟ କରିବା ପାଇଁ ରେଳ ବିଭାଗ ପ୍ରତି ରିଚାର୍ଜ ଉପରେ 5 ପ୍ରତିଶତ ଅତିରିକ୍ତ ବୋନସ୍ ମଧ୍ୟ ଦେବ.

LEAVE A REPLY

Please enter your comment!
Please enter your name here