ଗୁଗଲ ପିକ୍ସଲକୁ ବ୍ୟବହାର କରୁଥିବା କିଛି ବ୍ୟବହାରକାରୀ ସେମାନଙ୍କ ଫୋନର କିଛି ସେଟିଂ ଅଟୋମେଟିକ ବଦଳି ଯାଇଥିବା ଅଭିଯୋଗ କରିଛନ୍ତି. ବ୍ୟବହାରକାରୀଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କ ଫୋନର ବ୍ୟାଟେରୀ ସେଭର ଫିଚର ସେତେବେଳେ ଅଟୋମେଟିକ ଅନ୍ ହୋଇଯାଇଥିଲା ଯେତେବେଳେ ସେମାନଙ୍କ ଫୋନରେ ଚାର୍ଜ ଫୁଲ୍ ଥିଲା. ତେବେ ଆଣ୍ଡ୍ରଏଡର ନୂଆ ଭର୍ସନ Pie 9.0.ର ଅପଡେଟ୍ ପରେ ଏପରି ହେଇଥିବା ଜାଣିବାକୁ ମିଳିଛି. ପ୍ରକୃତରେ ଗୁଗୁଲ ବ୍ୟାଟେରୀ ସେଭରକୁ ନେଇ ଏକ ଟେଷ୍ଟ କରିଥିଲା ଯାହାଦ୍ୱାରା ବ୍ୟବହାରକାରୀଙ୍କୁ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡିଛି. ଏହାକୁ ନେଇ ଗୁଗୁଲ ଏକ ପୋଷ୍ଟ ମଧ୍ୟ ଜାରି କରିଥିଲା. ତେବେ ଟେଷ୍ଟ ମଧ୍ୟରେ ଏହି ଫିଚର ଭୁଲରେ ବ୍ୟବହାରକାରୀଙ୍କ ପାଖକୁ ରୋଲଆଉଟ ହେଇଥିବା ଜଣାପଡିଛି. ଏହା ଜଣାପଡିବା ପରେ, ଗୁଗୁଲ ନିଜ ଭୁଲକୁ ସୁଧାରିବାକୁ ଯାଇ ରିମୋଟ୍ଲି ବ୍ୟବହାରକାରୀଙ୍କ ସେଟିଂକୁ ପରିବର୍ତ୍ତନ କରିବା ସହ ଏହି ମାମଲାକୁ ନେଇ କ୍ଷମା ପ୍ରାର୍ଥନା କରିଛି.

LEAVE A REPLY

Please enter your comment!
Please enter your name here