Home Bussiness ଆସିଲା ଇଲେକ୍ଟ୍ରିକ ଟୁଥ୍ ବ୍ରଶ୍ BussinessTrending News ଆସିଲା ଇଲେକ୍ଟ୍ରିକ ଟୁଥ୍ ବ୍ରଶ୍ By Takshak Bureau - January 14, 2019 200 0 Facebook Twitter Google+ Pinterest WhatsApp ଆମେରିକାର ଲସ୍ ଭେଗାସରେ ଚାରି ଦିନ ଧରି ଚାଲିଥିବା କନଜ୍ୟୁମର ଇଲେକ୍ଟ୍ରିକ ସୋ’ (ସିଇଏସ) ରେ ଫ୍ରାନ୍ସ କମ୍ପାନୀ ଏକ ‘ୱାଇ’ ଆକାରର ଏଭଳି ଏକ ଟୁଥ ବ୍ରଶ୍ ପ୍ରଦର୍ଶନ କରିଛି, ଯେଉଁଥିରେ ମାତ୍ର 10 ସେକେଣ୍ଡ ମଧ୍ୟରେ ଦାନ୍ତ ସଂପୂର୍ଣ୍ଣରୂପେ ସଫା ହୋଇଯିବ. କମ୍ପାନୀ କହିବା ଅନୁସାରେ, ଏହି ଟୁଥ୍ ବ୍ରଶକୁ ଦାନ୍ତରେ ଭଲଭାବରେ ଫିଟ କରାଯାଇପାରିବ ଏବଂ ବଟମ ଦବାଇ ଦାନ୍ତ ସଫା କରିହେବ. ତେବେ ଏହି ଟୁଥ୍ ବ୍ରଶ ଭାଇବ୍ରେଟ ହୁଏ ଓ ଦାନ୍ତକୁ ସଫା କରିଦିଏ. ‘ୱାଇ’ ସେପ୍ ର ଏହି ଟୁଥ୍ ବ୍ରଶରେ ଛୋଟ ଛୋଟ ନାଇଲନ ବ୍ରିଶିଲ୍ସ ଲଗାଯାଇଛି. ତେବେ ଖାସ୍ କଥା ହେଲା ଏହାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି, ଯାହା ଅତି ସହଜରେ ଦାନ୍ତରେ ଫିଟ ହୋଇଯିବ. ଏହି ଟୁଥ୍ ବ୍ରଶରେ ପେଷ୍ଟ ଲଗାଇ ପ୍ରଥମେ ଦାନ୍ତର ତଳ ଭାଗରେ 5 ସେକେଣ୍ଡ ଓ ଉପର ଭାଗରେ 5 ସେକେଣ୍ଡ ରଖିବାକୁ ହୁଏ. ସାଧାରଣ ଟୁଥ୍ ବ୍ରଶ ଅପେକ୍ଷା ଏହା ଜଲଦି ଦାନ୍ତ ସଫା କରିଦେଇଥାଏ ଏବଂ ଏହା 15 ପ୍ରତିଶତ କୀଟାଣୁ ମୁକ୍ତ ବୋଲି କମ୍ପାନୀ କହିଛି. ଏହାର ମୂଲ୍ୟ କମ୍ପାନୀ 125 ଡଲାର ରଖିଥିବା ବେଳେ ଭାରତୀୟ ମୁଦ୍ରାରେ ଏହା ପ୍ରାୟ 9 ହଜାର ଟଙ୍କା ହେବ, ଯାହାର ବିକ୍ରି ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ. ଏହା ଅତି ସଫ୍ଟ ଏବଂ ପ୍ଲାଷ୍ଟିକରେ ତିଆରି ଏବଂ ଏହାକୁ ଚାର୍ଜ କରିବାକୁ ପଡିଥାଏ. ପାଖାପାଖି 1400 ବର୍ଷ ପରେ ଏହାର ଡିଜାଇନ ବଦଳିଛି ବୋଲି କମ୍ପାନୀ କହିଛି. RELATED ARTICLESMORE FROM AUTHOR Big Story ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ Big Story ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ Entertainment ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...