କିଛିଦିନ ପୂର୍ବରୁ ବେଙ୍ଗାଲୁରୁରେ ଖୋଲିଥିବା ଭାରତର ପ୍ରଥମ ବିଟ୍ କଏନ କିଓସ୍କକୁ ବନ୍ଦ କରିଦିଆଯାଇଛି. ବିନା ମଞ୍ଜୁରୀରେ ଏହାକୁ ଖୋଲାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି. ବେଙ୍ଗାଲୁରୁର ପୁରୁଣା ବିମାନ ବନ୍ଦରଠାରେ ଥିବା କେମ୍ପ୍ ଫୋର୍ଟ ମଲ୍ ନିକଟରେ ସ୍ଥାପନ କରାଯାଇଥିବା ଏହି ଏଟିଏମକୁ ପରିଚାଳନା କରୁଥିଲେ ଟୁମାକୁରୁବାସୀ ହରିଶ ବିଭି. ଏହାଛଡା ରାଜାଜୀ ନଗର ଠାରେ ଥିବା ୟୁନିକଏନ ଟେକ୍ନୋଲୋଜୀର ସହ-ସଂସ୍ଥାପକ ମଧ୍ୟ ଥିଲେ ହରିଶ. ତେବେ ବନ୍ଦ କରିଦିଆଯାଇଥିବା ସେହି କିଓସ୍କରେ କ୍ରିପ୍ଟୋକରେନ୍ସିର କାରବାର ହେଉଥିଲା. ତେବେ ବନ୍ଦ କରିବା ସମୟରେ ଅପରାଧ ଶାଖାର ଗୁଇନ୍ଦା ବିଭାଗ ସେହି ସ୍ଥାନରୁ ଟେଲର୍‌ ମେସିନ୍‌, ଦୁଇଟି ଲାପ୍‌ଟପ୍‌, ଗୋଟିଏ ମୋବାଇଲ୍‌, ତିନିଟ କ୍ରେଡିଟ୍‌ କାର୍ଡ, ପାଞ୍ଚଟି ଡେବିଟ୍‌ କାର୍ଡ, ଗୋଟିଏ ପାସ୍‌ପୋର୍ଟ, ୟୁନିକଏନ୍‌ କମ୍ପାନିର ପାଞ୍ଚଟି ମୋହର, ଗୋଟିଏ କ୍ରିପ୍ଟୋକରେନ୍ସି ଉପକରଣ ଏବଂ 1.8 ଲକ୍ଷ ନଗଦ ଟଙ୍କା ଜବତ କରିଛି. ଏହାପରେ ହରିଶକୁ ଗିରଫ କରି ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here