ଗତ ମାସରେ ବଜାରକୁ ଆସିଥିବା ରିଲିଆନ୍ସ ଜିଓର ଜିଓଫୋନ-୨ରେ ଏବେ ହ୍ୱାଟ୍ସଆପ ଡାଉନଲୋଡ କରି ବ୍ୟବହାର କରିହେବ । ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । କେବଳ ଜିଓଫୋନ-୨ ନୁହେଁ ଜିଓ ଫୋନ-୧ରେ ମଧ୍ୟ ହ୍ୱାଟ୍ସଆପ ଚାଲିପାରିବ ।
ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସମ୍ପର୍କରେ ଘୋଷଣା କରିଥିଲେ । ଜିଓ ଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି । ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ ।

LEAVE A REPLY

Please enter your comment!
Please enter your name here