ରିଲିଜ ହୋଇଛି ଅର୍ଜୁନ କପୂର ଏବଂ ପରିଣୀତି ଚୋପ୍ରା ଷ୍ଟାରର ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ଫାର୍ଷ୍ଟ ସଙ୍ଗ୍ । ‘ତେରେ ଲିୟେ’ ଏହି ସଙ୍ଗରେ ଅର୍ଜନୁ ଏବଂ ପରିଣୀତିଙ୍କ କେମେଷ୍ଟ୍ରି ଖୁବ୍ ସୁନ୍ଦର ହୋଇଛି । ସଙ୍ଗ୍ ରେ ରୋମାଣ୍ଟିକ ଅନ୍ଦାଜରେ ଏ ଦୁହେଁ ନଜର ଆସିଛନ୍ତି । ସଙ୍ଗକୁ ଗାଇଛନ୍ତି ଆତିଫ ଅସଲମ ଏବଂ ଆକାଂକ୍ଷା ଭଣ୍ଡାରୀ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରକୁ ଏ ପର୍ଯ୍ୟନ୍ତ ୨୧ ମିଲିୟନ ଭୁ୍ୟ ମିଳିସାରିଲାଣି । ଦୀର୍ଘ ୬ ବର୍ଷ ପରେ ଏହି ଦୁଇ ଯୋଡି ପୁଣି ଏକାଠି ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମଟି ଅକ୍ଟୋବର ୧୯ରେ ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here