ଆଜ୍ଞା ହଁ, ଯଦି ଆପଣଙ୍କର ପୋଷ୍ଟ ଅଫିସ୍ ରେ ଆକାଉଣ୍ଟ ଥାଏ, ତାହେଲେ ଆପଣଙ୍କ ପାଇଁ ଖୁସି ଖବର. ଏଣିକି ସମସ୍ତ ବ୍ୟାଙ୍କ ପରି ପୋଷ୍ଟ ଅଫିସ୍ ରେ ମଧ୍ୟ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ର ଶୁଭାରମ୍ଭ କରାଯାଇଛି. ଯାହାଫଳରେ ଗ୍ରାହକ ଅତି ସହଜରେ ନିଜର ସମସ୍ତ କାମ ପୋଷ୍ଟ ଅଫିସ ନ ଯାଇ ସଂପୂର୍ଣ୍ଣ କରିପାରିବେ. ତେବେ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ କରଯାଇଛି. ଶୁକ୍ରବାର ଇଣ୍ଡିଆ ପୋଷ୍ଟ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରି ଏହି ସୂଚନାକୁ ଟ୍ୱିଟ୍ ମାଧ୍ୟମରେ ଜଣାଇଛି. ଏହି ସେବା ଆରମ୍ଭ ହେବା ପରେ ଗ୍ରାହକ ନିଜର ସମସ୍ତ କାମ ଘରେ ବସି କରିପାରିବେ. ଏହାଛଡା ଗୋଟିଏ ପୋଷ୍ଟ ଅଫିସ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ସହ ଆରଡି ଓ ପିପିଏଫ୍ ରେ ମଧ୍ୟ ଘରେ ବସି ଟଙ୍କା ଜମା କରିପାରିବେ. କେବଳ ଏତିକି ନୁହେଁ, ଘରେ ଥାଇ ଫିକ୍ସଡ ଡିପୋଜିଟ୍ ଆକାଉଣ୍ଟ ମଧ୍ୟ ଖୋଲିପାରିବେ.

LEAVE A REPLY

Please enter your comment!
Please enter your name here