ହଁ ଆଜ୍ଞା, ନୂଆ ବର୍ଷରେ ବନ୍ଦ ହୋଇଯିବ କିଛି ବ୍ୟାଙ୍କ. ଏହି ଖବର ଶୁଣିବା ପରେ ଆପଣଙ୍କୁ ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ. ହେଲେ ଏହା ସତ. ନୂଆ ବର୍ଷରେ ଦେଶର ତିନୋଟି ବଡ ବ୍ୟାଙ୍କ କୁହାଯାଉଥିବା ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ ଓ ବ୍ୟାଙ୍କ ଅପ ବରୋଦା ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି. ଆଉ ଯଦି ଏମିତି ହୁଏ ତାହେଲେ ନିଶ୍ଚିତ ରୂପେ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ. ସୂଚନା ଅନୁସାରେ, ଏହି ତିନୋଟି ବ୍ୟାଙ୍କ ମିଶି ଗୋଟିଏ ବଡ ବ୍ୟାଙ୍କ ହେବାକୁ ଯାଉଛି. ଯେଉଁଥିପାଇଁ ଏହି ତିନୋଟି ବ୍ୟାଙ୍କ ବନ୍ଦ କରିବାକୁ ପଡିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି. ତେବେ ଏହି ତିନୋଟି ବ୍ୟାଙ୍କ ମର୍ଜ ହେବାର ପ୍ରସ୍ତାବ ସରକାର ଚଳିତ ବର୍ଷ ଆଣିଛନ୍ତି. ଫଳରେ ବ୍ୟାଙ୍କ ମର୍ଜ ହେବା ପରେ ଗ୍ରାହକମାନେ ପୁଣି ନୂଆ ଡକ୍ୟୁମେଣ୍ଟ ଦେଇ ନିଜ ଆକାଉଣ୍ଟ ଚଲାଇ ପାରିବେ.

LEAVE A REPLY

Please enter your comment!
Please enter your name here