ଭାରତ ବଜାରରେ ପ୍ରବେଶ ହୋଇଛି ଡେଲ୍ ର ଦୁଇଟି ନୂଆ ଲାପଟପ୍. Inspiron 5000 ସିରିଜର ଦୁଇଟି ନୂଆ ଲାପଟପ୍ ବଜାରକୁ ପ୍ରବେଶ କରିଛି. ତାହା ହେଉଛି Inspiron 5480 ଓ Inspiron 5580. ତେବେ Inspiron 5480 ର ବଜାର ମୂଲ୍ୟ 36,990 ରହିଥିବା ବେଳେ 15 ଇଞ୍ଚ ବିଶିଷ୍ଟ Inspiron 5580 ର ମୂଲ୍ୟ 37,990 ଟଙ୍କା ରହିଛି. ତେବେ ଏହି ଦୁଇ ଲାପଟପ୍ ରେ 8th ଜେନେରେସନ ଇଣ୍ଟେଲ କୋର୍ ପ୍ରୋସେସର ରହିଛି. ଏହାଛଡା ଏହି ନୂଆ ଲାପଟପରେ Core i3, Core i5 or Core i7 ର ବିକଳ୍ପ ରହିବା ସହ ଏଥିରେ DDR4 ର 32 ଜିବି ମେମୋରୀ ମଧ୍ୟ ରହିଛି. ଡେଲ୍ Inspiron 5480  ଓ Inspiron 5580 ମୋବାଇଲ କନେକ୍ଟ ସଫ୍ଟୱେୟାରକୁ ମଧ୍ୟ ସପୋର୍ଟ କରିବାର କ୍ଷମତା ରଖିଛି.

 

LEAVE A REPLY

Please enter your comment!
Please enter your name here