ଭାରତରେ ବୃଦ୍ଧିପାଇବାରେ ଲାଗିଛି ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା । ସେହି ଅନୁପାତରେ ବଢିଚାଲିଛି ଡିଜିଟାଲ ମିଡିଆର ସଂଖ୍ୟା । । ଡିଜିଟାଲ ମିଡିଆ ୨୦୧୯ରେ ଫିଲ୍କ ମନୋରଞ୍ଜନ ଏବଂ ୨୦୨୧ ସୁଦ୍ଧା ପ୍ରିଣ୍ଟ ମିଡିଆକୁ ପଛରେ ପକାଇଦେବ ।୨୦୨୧ ରେ ଡିଜିଟାଲ ମିଡିଆ ୫.୧ ଅରବ ଡଲାରରେ ପହଞ୍ଚି ଯାଇଥିବ । ଚଳଚିତ୍ର ବା ମନୋରଞ୍ଜନ ଜଗତ୨୦୧୮ରେ ୨.୫ ଅରବ ଡଲାର ଥିଲା କିନ୍ତୁତାହା ବୃଦ୍ଧିପାଇଁ ୨୦୧୯ରେ ୨.୮ ଅରବ ଡଲାରରେ ପହଞ୍ଚି ଥିଲା । ସେହିପରି ପ୍ରିଣ୍ଟି ମିଡିଆ ୨୦୧୮ରେ ୪.୪ ଅରବ ଡଲାର ଥିବା ବେଳେ ୨୦୧୯ରେ ବୃଦ୍ଧିପାଇ ୪.୮ ଅରବ ଡଲାରରେ ପହଞ୍ଚିବା ନେଇ ଆଶାବାଦୀ ଅଛନ୍ତି । ରିପୋର୍ଟ ଅନୁସାରେ ଭାରତରେ ଡିଜିଟାଲ ମିଡିଆ ସଂଖ୍ୟା ୨୦୧୮ ରେ ୪୨ ପ୍ରତିଶତ ଅର୍ଥାତ ୨.୪ ଡଲାର ରେ ପହଞ୍ଚି ଯାଇଛି ।ଭାରତୀୟ ମାନେ ମୋବାଇଲରେ ଖର୍ଚ୍ଚ କରୁଥିବା ସମୟ ମଧ୍ୟରୁ ୩୦ ପ୍ରତିଶତ ସମୟ ମନୋରଞ୍ଜନରେ ବିତେଇଥାନ୍ତି । ଚୀନ ପରେ ଭାରତ ଦ୍ୱିତୀୟ ରାଷ୍ଟ୍ର ଯେଉଁଠାରେ ଅଧିକ ମାତ୍ରାରେ ଲୋକେ ଇଣ୍ଟରନେଟ ବ୍ୟବହାର କରନ୍ତି । ବର୍ତ୍ତମାନ ଭାରତରେ ୫୭ କରୋଡ ଲୋକ ଇଂଣ୍ଟରନେଟ ବ୍ୟବହାର କରନ୍ତି । ଏବଂ ଏହି ସଂଖ୍ୟା ୧୩ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ୨୦୧୮ ରେ ଦେଶର ୩୨.୫ କରୋଡ ଲୋକ ଅନଲାଇନ ଭିଡିଓ ଦେଖିଥବା ବେଳେ ୧୫ କରୋଡ ଲୋକ ଅଡିଓ ଷ୍ଟ୍ରିମିଂ ର ଉପଯୋଗ କରିଛନ୍ତି ।ଭାରତୀୟ ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ୨୦୧୭ରେ ୧୪ ପ୍ରତିଶତ ବୃଦ୍ଧିପାଇ ୨୩.୯ ଅରବ ଡଲାରରେ ପହଞ୍ଚି ଯାଇଥିଲା । ଏହା ୨୦୨୧ ସୁଦ୍ଧା ୩୩.୬ ଅରବ ଡଲାରରେ ପହଞ୍ଚି ଯିବାର ଅନୁମାନ କରାଯାଉଛି । ଭାରତୀୟ ଅନଲାଇନ ଗେମ୍ ସଶକ୍ରାଇବର ୨୦୧୭ରେ ୧୮୩ ମିଲିଅନ ହୋଇଥିଲା ଏବଂ ଟେଲିଭିଜନ କ୍ଷେତ୍ରରେ ମଧ୍ୟ ୨୦୧୮ରେ ବୃଦ୍ଧିପାଇ ୧୦.୬ ବିଲିଅନ ଡଲାରରେ ପହଞ୍ଚି ଥିଲା । ଏହା ୨୦୨୧ ସୁଦ୍ଧା ୧୩.୭ ବିଲିୟନ ହେବ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here