୧୭ଟି ବ୍ୟବହାରକାରୀ ଜିନିଷ ଉପରେ ଜିଏସଟି ହ୍ରାସ କରାଯାଇଛି. ଜିଏସଟି କାଉନସିଲ ବୈଠକରେ କେତେକ ସାମଗ୍ରୀରୁ ଜିଏସଟି ହ୍ରାସ କରିବାକୁ ନିଆଯାଇଥିବା ନିଷ୍ପତ୍ତି, ଆଜି ଠାରୁ କାର୍ଯ୍ୟକାରୀ ହେବ. ସେଥାପାଇଁ ଏହି ସାମଗ୍ରୀକୁ ଲୋକମାନେ ଶସ୍ତାରେ ପାଇପାରିବେ.
ଯାହାଭିତରେ ୩୨ ଇଞ୍ଚ ମନିଟର-ଟିଭି, ମୁଭି ଟିକଟ, ଟାୟାର, ସ୍ପେୟାର ପାର୍ଟ୍ସ, ଲିଥିୟମ ଆୟନ ବ୍ୟାଟରୀ ଚାଳିତ ପାୱାର ବ୍ୟାଙ୍କ, ଡିଜିଟାଲ କ୍ୟାମେରା ଭଳି ଜିନିଷ ସାମିଲ ରହିଛି. ତେବେ ଡିସେମ୍ବର ୨୨ ତାରିଖରେ ଜିଏସଟି କାଉନସିଲ, ୭ ଟି ବସ୍ତୁକୁ ୨୮ ପ୍ରତିଶତ ସ୍ଲାବରୁ ବାହାର କରିଥିଲା. ସେଥିପାଇଁ ଭାଇକେଲ ପୁଲ୍, ଟ୍ରାନ୍ସମିଶନ ସଫ୍ଟସ ଓ କ୍ରାନ୍କସ, ଗିୟର ବକ୍ସ, ୩୨ ଇଞ୍ଚ ମନିଟର-ଟିଭି ସ୍କ୍ରିନ, ନ୍ୟୁମୋଟିକ୍ ଟାୟାର ଇତ୍ୟାଦି ଉପରେ ବର୍ତ୍ତମାନ ୨୮ ବଦଳରେ ୧୮ ପ୍ରତିଶତ ଜିଏସଟି ଲାଗିବ.
ଅନ୍ୟପଟେ ୱାଲ୍କିଂ ଷ୍ଟିକ୍, ଫ୍ଲାଇ ଏସ ବ୍ଲକ୍ ଆଦି ଉପରେ ଏବେ ୫ ପ୍ରତିଶତ ଜିଏସଟି ଲାଗିବ. ସେହିପରି ମ୍ୟୁଜିକ୍ ବୁକ୍, ପାଣିରେ ବଏଲ ହୋଇଥିବା ଫ୍ରୋଜେନ, ବ୍ରାଣ୍ଡେଡ ଓ କଣ୍ଟେନରରେ ବନ୍ଦ ହୋଇ ରହିଥିବା ପନିପରିବା, ସଲଫର ଡାଇଅକ୍ସାଇଡ ଗ୍ୟାସକୁ ଜିଏସଟିରୁ ବାଦ୍ ଦିଆଯାଇଥିବା ବେଳେ ପ୍ରାକୃତିକ କର୍କ ଉପରେ ୧୨ ପ୍ରତିଶତ ଜିଏସଟି ଯୋଡା ଯାଇଛି.

LEAVE A REPLY

Please enter your comment!
Please enter your name here