ଦୁନିଆର ସବୁଠୁ ବଡ ମୋବାଇଲ ଫୋନ ସ୍ଥାପିତ କରିସାରିବା ପରେ ଏହି କ୍ରମରେ ସ୍ୟାମସଙ୍ଗ ଆଉ ଏକ ନୂଆ ମୋବାଇଲ ଏକ୍ସେପେରିଏନ୍ସ ଜୋନ ଆରମ୍ଭ କରିଛି. ବେଙ୍ଗାଲୁରୁରେ ସ୍ୟାମସଙ୍ଗ ଅପେରା ହାଉସ ନାମରେ ଖୋଲିଥିବା ଏହି ଏକ୍ସେପେରିଏନ୍ସ ଜୋନରେ ସ୍ୟାମସଙ୍ଗ ମୋବାଇଲ ସହ ଏହାର ଅନ୍ୟ ପ୍ରଡକ୍ଟ ମଧ୍ୟ ଉପଲବ୍ଧ ହେବ. କମ୍ପାନୀ ଦେଶର ଅନ୍ୟ 10ଟି ସହରରେ ମଧ୍ୟ ଏହି ଏକ୍ସେପେରିଏନ୍ସ ଜୋନ ଖୋଲିବ. ତେବେ ବେଙ୍ଗାଲୁରୁରେ ବ୍ରିଟିଶ ଯୁଗର ହେରିଟେଜ ପରି 33000 ସ୍କୋୟାର ଫିଟରେ ଏହାର ନିର୍ମାଣ କରାଯାଇଛି.