ଅନଲାଇନ ଡେଲିଭରୀ କମ୍ପାନୀ ଆମାଜନ ଏବେ ଭାରତର ରିଟେଲ୍ ମାର୍କେଟରେ ବିକ୍ରି ଆରମ୍ଭ କରିବାକୁ ଯାଉଛି. ପୂର୍ବରୁ ଆମାଜନ ଆଦିତ୍ୟ ବିର୍ଲା କମ୍ପାନୀ ସହ ସମ୍ବନ୍ଧିତ ଥିବା 523ଟି ସୁପର ମାର୍କେଟ ଓ 20ଟି ହାଇପର୍ ମାର୍କେଟକୁ ଅଧିଗ୍ରହଣରେ ନେଇଥିଲା. ତେବେ ବହୁତ ଜଲଦି ଆମେରିକାର ଏହି ଅନଲାଇନ କମ୍ପାନୀ ଫଳ ଓ ପନିପରିବା ଡେଲିଭରୀ କରିବ. ରିପୋର୍ଟ ଅନୁସାରେ, ଏହି ନିବେଶ ମାଧ୍ୟମରେ ସେବାର ପୋର୍ଟଫୋଲିଓ ବଢାଇବା ଆମାଜନର ମୁଖ୍ୟ ଉଦ୍ଦେଶ୍ୟ. ଯଦିଓ ଏହାର ପ୍ରଭାବ ବ୍ୟବସାୟୀଙ୍କ ଉପରେ କିପରି ରହିବ ତାହା ଏବେଠୁ କହିବା କଷ୍ଟକର.ତଥାପି ଏହାକୁ ନେଇ ବ୍ୟବସାୟୀଙ୍କ ମନରେ ଏକ ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି. ବ୍ୟବସାୟୀମାନେ କହିଛନ୍ତି, ଯଦି ସେମାନଙ୍କ ବ୍ୟବସାୟ ଗୋଟିଏ ଦିନ ପାଇଁ ବନ୍ଦ ହୋଇଯାଉଛି, ତାହାଲେ ପରଦିନ ପାଇଁ ସେମାନଙ୍କୁ ଋଣ ନେବାକୁ ପଡିବ. ଆଉ ଯଦି ଏଭଳି କମ୍ପାନୀ ବଜାରକୁ ଆସିବ ତାହାଲେ ସେମାନଙ୍କର ପାଇଁ ଏହା ଅସୁବିଧାର ମୁଖ୍ୟ କାରଣ ହେବ.

LEAVE A REPLY

Please enter your comment!
Please enter your name here