ଏ ପର୍ଯ୍ୟନ୍ତ ଆପଣ ମେଗାଷ୍ଟ୍ରିପ୍ ଓ ଇଏମବି ଚିପ୍ ଡେବିଟ୍ କାର୍ଡ ବିଷୟରେ ଜାଣିଥିବେ ଆଉ ଶୁଣିଥିବେ. ହେଲେ ବ୍ୟାଟେରୀରେ ଚାଲୁଥିବା କ୍ରେଡିଟ କାର୍ଡ ବିଷୟରେ କେବେ ଶୁଣିଛନ୍ତି ? ଆଜ୍ଞା ହଁ, ଗ୍ରାହକଙ୍କ ସୁବିଧା ପାଇଁ ଇଣ୍ଡସଇଣ୍ଡ ବ୍ୟାଙ୍କ ଏହି କ୍ରେଡିଟ କାର୍ଡ ଆଣିଛି ଜାହା ବ୍ୟାଟେରୀ ଚାଳିତ. ଏହା ହେଉଛି ଦେଶର ପ୍ରଥମ ବ୍ୟାଟେରୀ ଚାଳିତ କ୍ରେଡିଟ କାର୍ଡ. ଯଦି ଆପଣଙ୍କ ପାଖରେ ଏହି କାର୍ଡ ଅଛି ତାହାଲେ ଇଏମଆଇରେ ଆପଣ ଜିନିଷ କିଣିବାକୁ ଚାହୁଁଥିଲେ ଆଉ କଷ୍ଟୋମର କେୟାରକୁ ଫୋନ କରିବାକୁ ପଡିବନି ଆପଣଙ୍କୁ. ଆପଣ ଯେତେବେଳେ ଚାହିଁବେ ସେତେବେଳେ ସପିଂ କରିପାରିବେ ଆଉ ଯେତେବେଳେ ଚାହିଁବେ ରିୱାର୍ଡ ପଏଣ୍ଟ୍ସରୁ ଖର୍ଚ୍ଚ ମଧ୍ୟ କରିପାରିବେ. ମଡର୍ଣ୍ଣ ଟେକ୍ନୋଲୋଜୀରେ ପ୍ରସ୍ତୁତ ହୋଇଥିବା ଏହି କାର୍ଡରେ ତିନୋଟି ପ୍ରମୁଖ ବଟନ୍ ରହିଛି. ପ୍ରଥମଟି ହେଲା ‘Fill in with EMI’, ଦ୍ୱିତୀୟଟି ହେଲା Spend Rewards Points’ ଓ ତୃତୀୟଟି ହେଲା ‘Fill with credit card’. ଯାହାଦ୍ୱାରା ଆପଣ ଯେତେବେଳେ ସପିଂ କରିବେ ନିହାତି ଭାବରେ ଆପଣ ଇଏମଆଇ ଦ୍ୱାରା ପେମେଣ୍ଟ କରିବାକୁ ଚାହିଁବେ କିମ୍ବା ରିୱାର୍ଡ ପଏଣ୍ଟ୍ସରୁ ଖର୍ଚ୍ଚ କରିବେ ଅଥବା ସିଧା କ୍ରେଡିଟ କାର୍ଡରୁ ପେମେଣ୍ଟ କରିବେ. ଏଥିମଧ୍ୟରୁ ଆପଣ ଯାହାବି କରିବାକୁ ଚାହୁଁଥିବେ କେବଳ ତାର ସାମ୍ନା ବଟନକୁ ପ୍ରେସ କରିଦେଲେ ଏକ ଲାଇଟ ଆସିବ. ଯଦି ଆପଣ ଇଏମଆଇରେ କୌଣସି ଜିନିଷ କିଣିବାକୁ ଚାହୁଁଥିବେ ତାହାଲେ ଆପଣ ଇଏମଆଇ ବଟନ ଉପରେ ପ୍ରେସ କରିବେ. ପରେ 3, 6, 12 ଓ 24 ମାସର କିସ୍ତି ପାଇଁ ଅପ୍ସନ ଆସିବ. ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ତାକୁ ବାଛି ପାରିବେ. ତେବେ ସବୁ କ୍ରେଡିଟ କାର୍ଡ ପରି ଆପଣ ଏଥିରେ ମଧ୍ୟ fuel surcharge wave, auto assist ଭଳି ସବୁ ଫିଚର ପାଇପାରିବେ. କାର୍ଡ ବିଷୟରେ ଅଧିକ ସୂଚନା ଇଣ୍ଡସଇଣ୍ଡ ବ୍ୟାଙ୍କର ୱେବସାଇଟ ଉପଲବ୍ଧ ଅଛି. ଯେଉଁଥିରେ ଆପଣ କାର୍ଡ ବିଷୟରେ ସମସ୍ତ ସୂଚନା ପାଇପାରିବେ.

LEAVE A REPLY

Please enter your comment!
Please enter your name here