ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଏଲ୍.ଜି ନିଜର 5ଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ V40 ThinQ କୁ ଲଞ୍ଚ୍ କରିଛି. କମ୍ପାନୀର ସୂଚନା ଅନୁସାରେ, ଏହି ସ୍ମାର୍ଟଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସହ ଡୁଆଲ ସେଲଫି କ୍ୟାମେରା ଦିଆଯାଇଛି. ତେବେ ଏଲ୍.ଜି ବର୍ତ୍ତମାନ ଏହି ସ୍ମାର୍ଟ ଫୋନକୁ ଆମେରିକାରେ ଲଞ୍ଚ୍ କରିଛି. ଏହି ଫୋନ୍ ର ମୂଲ୍ୟ ଭାରତୀୟ ମୂଦ୍ରାରେ 65,000 ଟଙ୍କାରୁ 71,500 ଟଙ୍କା ରହିଛି. ତେବେ ଏହା ଭାରତରେ କେବେ ଲଞ୍ଚ୍ ହେବ ସେ ବିଷୟରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇନାହିଁ. ଏହି ଫୋନ୍ ରେ 6.4 ଇଞ୍ଚ୍ ର OLED ଡିସପ୍ଲେ ଦିଆଯିବା ସହ ଗୋରିଲା ଗ୍ଲାସ୍ ପ୍ରୋଟେକ୍ସନ ମଧ୍ୟ ଦିଆଯାଇଛି. ତେବେ ଏହି ଡିସପ୍ଲେର ରିଜଲ୍ୟୁସନ 3120X1440 ପିକ୍ସଲ ରହିଛି. ଫୋନ୍ ରେ 6GB ରାମ ସହ  64GB ଇଣ୍ଟରନାଲ ମେମୋରୀ ଦିଆଯାଇଛି ଫଳରେ ଏହାକୁ ମାଇକ୍ରୋଏସଡି କାର୍ଡ ଦ୍ୱାରା 512GB ପର୍ଯ୍ୟନ୍ତ ବଢାଯାଇପାରିବ

LEAVE A REPLY

Please enter your comment!
Please enter your name here