ରିଲିଜ ହୋଇଛି ଫିଲ୍ମ ‘ଲଭ ୟାତ୍ରୀ’ । ରିଲିଜ ପୂର୍ବରୁ ବହୁ ଚର୍ଚ୍ଚା ସାଉଁଟିଥିବା ଲଭୟାତ୍ରୀ ଆଜି ପ୍ରେକ୍ଷାଳୟରେ ଧମାଲ କରିଛି । ଏହି ଫିଲ୍ମରେ ଦୁଇ ନବାଗତ ଯୋଡିଙ୍କୁ ଦେଖିବାକୁ ମିଳିଛି । ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପୋଜିଟରେ ନଜର ଆସିଛନ୍ତି ବରିନା ହୁସୈନ । ଫିଲ୍ମର କାହାଣୀ ଏକ ଲଭଷ୍ଟୋରୀ ଉପରେ ଆଧାରିତ । ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ।
ଫିଲ୍ମ ‘ଲଭ ୟାତ୍ରୀ’ କୁ ଟକ୍କର ଦେବାକୁ ରିଲିଜ ହୋଇଛି ‘ଅନ୍ଧାଧୁନ’ । ଫିଲ୍ମରେ ଆୟୁଷ୍ମାନ ଖୁରାନା , ତବୁ ଏବଂ ରାଧିକାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା ଏକ ଅନ୍ଧ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ମାତା ଶ୍ରୀରାମ ରାଘବନ । ଫିଲ୍ମରେ ଅମିତ ତ୍ରୀବେଦୀ, ରଫତାର ଏବଂ ଗୀରିଷ ନକୋଡ ମ୍ୟୁଜିକ ଦେଇଛନ୍ତି ।
ଏହି ଦୁଇଟି ଫିଲ୍ମ ବ୍ୟତିତ ବକ୍ସ ଅଫିସରେ ରିଲିଜ ହୋଇଛି ସୁପରନ୍ୟାଚୁରାଲ ହରର ଫିଲ୍ମ ଲୁପ୍ତ । । ଫିଲ୍ମର ଲିଡ ରୋଲରେ ନଜର ଆସିଛନ୍ତି ଜାବେତ ଜାଫରୀ । ହର୍ଷ ଟଣ୍ଡନ ଏବଂ ତାଙ୍କ ପରିବାର ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଏକ ବଡ ବିଜିନେସମ୍ୟାନ ଭାବେ ହର୍ଷ ପରିବାର ଠାରୁ ବ୍ୟବସାୟକୁ ଅଧିକ ଧ୍ୟାନ ଦିଅନ୍ତି । କିନ୍ତୁ ହର୍ଷଙ୍କୁ ଏକ ଆତ୍ମା ବିଜିନେସ କରିବାକୁ ଦେଉନାହିଁ । ସବୁବେଳେ ହର୍ଷଙ୍କୁ ଦେଖାଦିଏ ଆତ୍ମା । ତେବେ ଏ ଆତ୍ମା କଣ ପାଇଁ ହର୍ଷଙ୍କ ପିଛା ଛାଡୁନି, ତାହା ଫିଲ୍ମ ଦେଖିଲେ ଆପଣ ଜାଣିପାରିବେ ।
ତେବେ ଏହି ତିନୋଟି ଫିଲ୍ମ ମଧ୍ୟରୁ ବକ୍ସ ଅଫିସରେ କିଏ ଅଧିକ ବିଜିନେସ କରୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here