ଚାଇନିଜ କମ୍ପାନୀ Vivo ଗୁରୁବାର ଦିନ ମୁମ୍ବାଇରେ ଆୟୋଜିତ କରିବାକୁ ଯାଉଛି ଏକ ଲଞ୍ଚିଂ ଇଭେଣ୍ଟ. ଯେଉଁଥିରେ Vivo V11 Pro ଲଞ୍ଚ ହେବ ବୋଲି କୁହାଯାଉଛି. Vivo V11 ମଧ୍ୟ ଲଞ୍ଚ ହେବାର ସମ୍ଭାବନା ରହିଛି. ତେବେ ଲଞ୍ଚ ହେବା ପୂର୍ବରୁ ଏହି ଦୁଇ ସ୍ମାର୍ଟ ଫୋନର ସ୍ପେସିଫିକେସନ ଅନଲାଇନରେ ଲିକ ହୋଇଛି. ଦୁଇ ସ୍ମାର୍ଟ ଫୋନ 6 ଜିବି ରାମ ରେସରେ ଏକା ସାଙ୍ଗରେ ଆସିପାରନ୍ତି. ଏହା ମଧ୍ୟରୁ ଗୋଟିକରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଚ ସେନସର  ରହିଛି. Vivo V11 Pro ରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ଓ ଫେସ ଅନଲକ ରହିଛି. ଦୁଇଟିଯାକ ଫୋନରେ ଡୁଆଲ ସିମ ସିଷ୍ଟମ ଥିବା ବେଳେ ଦୁଇଟି ଫୋନରେ ମାଇକ୍ରୋ ଏସଡି କାର୍ଡ ପଡିପାରିବ. ଏହା ଛଡା 250 ଜିବି ର ଷ୍ଟୋରେଜ ମଧ୍ୟ କରାଯାଇପାରିବ.

LEAVE A REPLY

Please enter your comment!
Please enter your name here